ରାଉରକେଲା ଜେଲରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି, ଖୁବ ଶୀଘ୍ର ଜେଲ୍‌ କର୍ମଚାରୀଙ୍କ ପାଖରେ ଲଗାଯିବ ବଡ଼ି କ୍ଯାମେରା

ରାଉରକେଲା(କେନ୍ୟୁଜ୍): ରାଉରକେଲା ସ୍ୱତନ୍ତ୍ର କାରାଗାର ରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ଗୋଟିଏ ପ୍ଲାଟୁନ ଓଏସଏପି ଜେଲର ଓ୍ଵାଚ ଟାଓ୍ଵାରରେ ମୃତୟନ କରାଯାଇଛି। ଏହା ବ୍ଯତୀତ ସିସିଟିଭି, ମୋବାଇଲ ଜାମର, ବ୍ଯାଗେଜ ସ୍କାନର ଓ  ମେଟାଲ ଡିଟେକଟର ବ୍ଯବସ୍ଥା ରହିଛି ।

ବଡ଼ି କ୍ଯାମେରା ଖୁବ ଶୀଘ୍ର ରାଉରକେଲା କାରାଗାରକୁ ଆସିବାପାଇଁ ବ୍ଯବସ୍ଥା ରହିଥିବାରୁ ଏହାର ବ୍ଯବହାର ପାଇଁ ଜେଲ୍‌ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ରାଉରକେଲା ସ୍ୱତନ୍ତ୍ର ଜେଲ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା ପ୍ରକାଶ କରିଛନ୍ତି । ରାଉରକେଲା ସ୍ୱତନ୍ତ୍ର କାରାଗାରରେ ବର୍ତ୍ତମାନ ୫୪୫ କଏଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ରାଜ୍ଯ ବାହାରର ହାଡକୋର କ୍ରିମିନାଲ ରହିଛନ୍ତି।  ସେମାନଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.