ଏମାନେ ଶୁଣିପାରନ୍ତିନି କି କଥା ବି କହିପାରନ୍ତିନି, ହେଲେ କୁନି କୁନି ହାତରେ ଗଢୁଛନ୍ତି ସବୁଜ ପୃଥିବୀ

ବିନିକା : କୁନି ହାତରେ ସବୁଜ ପୃଥିବୀ ଗଠନର ପ୍ରୟାସ । ଆପଣତ ଜାଣିଛନ୍ତି କି, ବିଶ୍ଵର ଉଷ୍ଣତା ବୃଦ୍ଧି ଓ ଗ୍ଲୋବାଲ ୱାର୍ମିଂ ଆଜି ସମଗ୍ର ବିଶ୍ଵ ମାନବ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାଫଳରେ ପରିବେଶକୁ ସୁରକ୍ଷିତ ଓ ସଂରକ୍ଷଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯକ୍ରମ କରାଯାଉଛି । ଲୋକମାନଙ୍କୁ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଅନୁପ୍ରାଣୀତ କରାଯାଉଛି ଗଛ ଲଗାଇବା ପାଇଁ ।

ତେବେ ଏହି ପରିପେକ୍ଷୀରେ ଉଲୁଣ୍ଡା ବ୍ଲକ ଚଢ଼େଇପଙ୍କ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମନପୁର୍ ରେ ଥିବା ରୁରାଲ ଲାଇଫ୍ ଲାଇନ ଟ୍ରଷ୍ଟ ଓ ମିର୍ଡା ଫାଉଣ୍ଡେସନ ମିଳିତ ସହଯୋଗରେ ସ୍ଥାନୀୟ ଶିଖା ଇକୋ ଭିଲେଜରେ ଏକ ମୁକ ବଧିର ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସିଡ ବଲ ବା ବିହନ ଗୋଲା ତିଆରି କର୍ମଶାଳାରେ ଭାଗ ନେଇ ସିଡ ବଲ ତିଆରି କରିଥିଲେ ।

ସିଡ୍ ବଲ ତିଆରି ପାଇ କଞ୍ଚା ମାଟି ଭିତରେ ବିଭିନ୍ନ ଗଛର ମଞ୍ଜିକୁ ଭରି ବାଟୁଳି ବା ଗୋଲା ପ୍ରସ୍ତୁତ କରାଯାଏ ଏବଂ ତାକୁ ଖରାରେ ଶୁଖାଯାଏ । ସୁଖୀ ଗଲାପରେ ଯେଉଁ ଜାଗାରେ ବୃକ୍ଷର ଆବଶ୍ୟକତା ଅଛି ସେଠାରେ ତାକୁ ଫୋପାଡି ଦିଆଯାଏ । ବିହନ ଗୋଲା ବର୍ଷା ବା ପାଣିର ସଂସ୍ପର୍ଶରେ ଆସିଲେ ବିହନ ରୁ ଗଛ ସୃଷ୍ଟି ହୁଏ । ଏଥିରେ ବିଶେଷ ପରିଶ୍ରମ ବା ଗଛ ଗୁଡ଼ିକ ବାରମ୍ବାର ପାଣି ଦେବାକୁ ପଡ଼ି ନଥାଏ ।

ତେବେ ଏହି ମୁକ ବଧିର ଆବାସିକ ବିଦ୍ୟାଳୟ ଯାହାର ଛାତ୍ର ଛାତ୍ରୀ ମାନେ କଥା ସିନା କହି ପାରନ୍ତିନି କିନ୍ତୁ ପରିବେଶର ସୁରକ୍ଷା ଏ ମାନବ ଜାତି ପାଇଁ କେତେ ଦରକାର ସେନେଇ ପୁରା ଅବଗତ ଅଛନ୍ତି । ଯେଉଁଥି ପାଇଁ ପରିବେଶ ସୁରକ୍ଷା ପାଇଁ ସବୁବେଳେ ଆଗଭର ହୋଇ ଆଗେଇ ଆସିଥାନ୍ତି।

 

You might also like