ରାଜଧାନୀରେ କାର୍ ଭିତରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା : ୪ ଅଟକ

ଭୁବନେଶ୍ବର: କାର୍ ଭିତରୁ ମିଳିଲା ପୁଳା ପୁଳା ଟଙ୍କା । ଭୁବନେଶ୍ବର ମେ ଫେୟାର ହୋଟେଲ ସମ୍ମୁଖରେ ଦିଲ୍ଲୀ ସିବିଆଇ ରେଡ କରିଛି ।  କମିଶନରେଟ ପୋଲିସ ଓ ସିବିଆଇର ଚଢ଼ାଉ ବେଳେ ମିଳିଛି ବିପୁଳ ଟଙ୍କା । ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି ।  ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜଣେ ଅଧିକାରୀଙ୍କୁ ଲାଞ୍ଚ କାରବାର ମମଲାରେ ସିବିଆଇ ଟ୍ରାପ କରିଥିବା ସୂଚନା ମିଳିଛି। ଟ୍ରାପ ପରେ ଏକାଧିକ ସ୍ଥାନରେ ରେଡ ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ଭୁବନେଶ୍ବରର ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ ଗାଡ଼ି (ଓଡି ୦୫ ବିଭି ୯୯୯୯)ରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ସିବିଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ସିବିଆଇର ଟିମ୍‌ ବିଲଡର ସଂସ୍ଥା ଆଦିତ୍ୟଦେବ ଇନଫ୍ରାର ନିର୍ଦ୍ଦେଶକଙ୍କୁ ପଚରାଉଚରା କରାଯାଉଛି। ନିର୍ଦ୍ଦେଶକଙ୍କ ସହ ତାଙ୍କ ୩ ସହଯୋଗୀଙ୍କୁ ମଧ୍ୟ ପଚରାଉଚରା କରୁଛି ଦିଲ୍ଲୀ ସିବିଆଇର ଟିମ୍ । ଅଫିସ, ଘର ଓ ଅନ୍ୟ ସ୍ଥାନରେ ରେଡ୍ କରୁଛି CBI। ବ୍ରିଜ ଆଣ୍ଡ ରୁଫ୍ ର ଓଡ଼ିଶା ମୁଖ୍ୟଙ୍କୁ ଲାଞ୍ଚ ଦେବାବେଳେ ମାଡ଼ିବସିଥିଲା CBI ।  ଏହା ସହ ସୁନା ଗହଣା ମଧ୍ୟ ଜବତ ହୋଇଛି। ଦାମୀ କାରକୁ ମଧ୍ୟ ଅଟକ ରଖିଛି ସିବିଆଇ। ଏକ କନଷ୍ଟ୍ରକସନ କମ୍ପାନୀ ନାଁରେ ଗାଡିର ରେଜିଷ୍ଟ୍ରେସନ ରହିଛି । ପ୍ରଶ୍ନ ଉଠୁଛି, ଦାମୀ ଗାଡ଼ିକୁ କେମିତି ଆସିଲା ଏତେ ଟଙ୍କା । ଟଙ୍କା ବଣ୍ତଲ ଧରି କୁଆଡ଼େ ଯାଉଥିଲେ ଏହି ବ୍ୟକ୍ତି । ଟଙ୍କାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ଦୀର୍ଘଦିନ ଧରି ସିବିଆଇ ଟ୍ରାକ୍ କରୁଥିବା ସୂଚନା ମିଳିଛି । ପ୍ରାୟ ମାସେ ଧରି ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ଟ୍ରାକରେ ଥିଲା ସିବିଆଇ । ସିବିଆଇ ରେଡ୍ ପରେ ୪ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରହିଛି। ଟଙ୍କା କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି।