ଲୋକାୟୁକ୍ତ ଚୟନ ନେଇ ଗଠିତ ହେଲା ୭ ଜଣିଆ ସର୍ଚ୍ଚ କମିଟି

ଭୁବନେଶ୍ବର(କେନ୍ୟୁଜ୍) : ଲୋକାୟୁକ୍ତ ଚୟନ ନେଇ ୭ ଜଣିଆ ସର୍ଚ୍ଚ କମିଟି ଗଠିତ । ଏହି କମିଟିର ଅଧ୍ୟକ୍ଷ ରହିବେ ଜଷ୍ଟିସ୍‌ ଅମିତାଭ ରାୟ । କମିଟିରେ ଅଛନ୍ତି ଭେଙ୍କଟରାଓ ରାମଭଟ୍‌ଲା, ସଞ୍ଜୀବ ଚରଣ ହୋତା, ଡା. ରବି ନାରାୟଣ ବହିଦାର, ଗୋପାଳ ଚନ୍ଦ୍ର ନନ୍ଦ, ଡା. ବିଧୁଭୂଷଣ ସାମଲ ଓ ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ । ସିଲେକ୍ସନ କମିଟି ବୈଠକରେ ଲୋକପାଳ ନିଯୁକ୍ତି ପାଇଁ ଏହି ସର୍ଚ୍ଚ କମିଟି ଗଠନ କରାଯାଇଛି । ଚୟନ କମିଟି ଆବାହକ ଅଶୋକ ମୀନା ଏହି ସୂଚନା ଦେଇଛନ୍ତି ।

zxvଗତକାଲି ସିଲେକ୍ସନ କମିଟି ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଯୋଗ ଦେଇଥିଲେ । ଏହାସହ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ଖ୍ୟାତିନାମା ଆଇନ ବିଶାରଦ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଲୋକାୟୁକ୍ତ ଆଇନ ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ସେ ସବୁ ଲୋକୟୁକ୍ତଙ୍କ ତଦନ୍ତ ପରିସରଭୁକ୍ତ ହେବ। ସାରା ଦେଶରେ ପ୍ରଥମେ ଲୋକାୟୁକ୍ତ ବିଲ ବିଧାନସଭାରେ ଅନୁମୋଦିତ କରି ଓଡିଶା ଇତିହାସ ସୃଷ୍ଟି କରିଥିଲା। ୨୦୧୫ ମସିହାରେ ଏ ବିଲ୍‌କୁ ରାଷ୍ଟ୍ରପତି ମଂଜୁରୀ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like