ବରଗଡ଼ : ବଦଳିବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମହାନାୟକ କଂସ । କଂସ ଭୂମିକା ପାଇଁ ହେବ ଚୟନ । କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରା ପଡ଼ିବା ପରେ ହୋଇଥିଲେ ନିଳମ୍ବିତ । ଜାନୁୟାରୀ ୩ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କଂସ ଭୂମିକା ପାଇଁ ହେବ ଚୟନ । ମହାପ୍ରୟାଣ ଗାଡିର ଡ୍ରାଇଭର ହୃଷିକେଶ ଭୋଇ ଜଣେ ମୃତ ପରିବାର ଠାରୁ ୩ ହଜାର ଟଙ୍କା ନେଇଥିଲେ ଲାଞ୍ଚ । ଚାକିରିରୁ ବହିସ୍କୃତ ହେବାପରେ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ବାରଣ କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା କମିଟି ବୈଠକରେ ହେଲା ନିଷ୍ପତ୍ତି । ଗତ ୨ ବର୍ଷ ହେଲା ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରୁଥିଲେ |
You might also like