କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ, ଅସଦାଚରଣରୁ ପାଇବେ ରକ୍ଷା
କୌଣସି ଯୁବତୀ ଓ ମହିଳାଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ଆଉ ତ୍ରାହି ନାହିଁ । ଝିଅଙ୍କ ସହ ଅସାଦଚରଣ କରିବା ରୋଡ ରୋମିଓଙ୍କୁ ପଡ଼ିବ ମହଙ୍ଗା । ଆଜିର ଦୁନିଆରେ ଝିଅମାନେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଆଉ ଏବେ ତ ପୁରୁଷମାନଙ୍କ ଠାରୁ ମହିଳାମାନେ ଅଧିକ କର୍ମ ନିଯୁକ୍ତ ହେଲେଣି । ଝିଅମାନେ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଅଫିସ ଯାଉଛନ୍ତି । କିନ୍ତୁ ବେଳେବେଳେ ସେମାନେ ଅସଦାଚରଣର ଶିକାର ହୁଅନ୍ତି । ଏହି ଅସଦାଚରଣରୁ ବଞ୍ଚିବା ପାଇଁ କଲେଜରେ ଦିଆଯାଉଛି ଆତ୍ମ ସୁରକ୍ଷା ଟ୍ରେନିଂ ।
ଛାତ୍ରୀମାନେ ନିଜେ ନିଜର କିଭଳି ଆତ୍ମରକ୍ଷା କରିପାରିବେ ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଏହି କ୍ରମରେ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ୮ ଦିନ ଧରି ଅନୁଷ୍ଠିତ ହେଉଛି ଆତ୍ମ ସୁରାକ୍ଷା ତାଲିମ ଶିବିର । ଦୁଇ ଜଣ ମାଷ୍ଟର ଟ୍ରେନର ଛାତ୍ରୀମାନଙ୍କୁ ପ୍ରତିଦିନ ଏକ ଘଣ୍ଟା ତାଲିମ ପ୍ରଦାନ କରୁଛନ୍ତି । ନିଜକୁ କିଭଳି ସୁରକ୍ଷିତ ରଖି ପାରିବେ ସେନେଇ ମାନସିକ ଓ ଶାରରୀକ ଭାବେ ଦୃଢ କରିବେ ସେନେଇ ବିଭିନ୍ନ କୌଶଳ ପ୍ରଦାନ କରୁଛନ୍ତି ଟ୍ରେନର । ଏହି ଶିବିରରେ ପ୍ରାୟ ଶହେରୁ ଅଧିକା ଛାତ୍ରୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଉତ୍ସାହର ସହ ତାଲିମ ନେଉଛନ୍ତି । ତାଲିମ ଶେଷରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ । ତେବେ ଆତ୍ମ ସୁରକ୍ଷା ତାଲିମ ଶିବିର କିଭଳି ଚାଲିଛି ଓ ଛାତ୍ରୀମାନେ ଏହାକୁ ଭବିଷ୍ୟତରେ କିଭଳି ଉପଯୋଗ କରିବେ ସେ ବିଷୟରେ ଜାଣିବା ।
ଆତ୍ମ ସୁରକ୍ଷା ତାଲିମ ପାଇ ଛାତ୍ରୀମାନେ ନିଜେ ନିଜକୁ ସୁରକ୍ଷା ଦେଇ ପାରିବେ । ଆଜିର ସମାଜରେ ଛାତ୍ରୀ ହୁଅନ୍ତୁ କି ଯୁବତୀ କି ମହିଳା ଅନେକ ସମୟରେ ଏମାନେ ନିର୍ଯାତନାର ଶିକାର ହୁଅନ୍ତି । ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ପ୍ରତ୍ୟେକ ଯୁବତୀ ଆତ୍ମ ସୁରକ୍ଷା ତାଲିମ ନେବା ନିହାତି ଆବଶ୍ୟକ ।