ଆମିକସ କ୍ୟୁରୀଙ୍କ ସହଯୋଗୀ ପ୍ରିୟା ହିଙ୍ଗୁରାନୀଙ୍କ ଶ୍ରୀମନ୍ଦିର ଗସ୍ତ , ପ୍ରଶାସନ ସହ କରିବେ ଆଲୋଚନା

ପୁରୀ(କେନ୍ୟୁଜ୍) : ପୁରୀରେ ଆମିକସ କ୍ୟୁରିଙ୍କ ସହଯୋଗୀ। ତଥା ସୁପ୍ରିମକୋର୍ଟର ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ । ଆସନ୍ତା ୨୩ ତାରିଖରେ ଆସିବେ ଆମିକସ କ୍ୟୁରି। ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସେ ଆଲୋଚନା କରିବେ। ଆଜି ପ୍ରିୟା ହିଙ୍ଗୁୁରାନୀ ପ୍ରଶାସନିକ ଅଧିକାରୀ, ସେବାୟତମାନଙ୍କ ସହ ଆଲୋଚନା କରିବେ। ଏହାପୂର୍ବରୁ ପ୍ରିୟା ହିଙ୍ଗୁରାନୀ ଶ୍ରୀମନ୍ଦିର ଗସ୍ତ କରି ସ୍ଥିତି ପରଖିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଣ ରହିଛି, କି କି ସଂସ୍କାର ହୋଇଛି ତାହା ବୁଲି ଦେଖିଛନ୍ତି। କେଉଁଠି କି ପ୍ରକାର ଅବ୍ୟବସ୍ଥା ରହିଛି ତାହା ବି ଅନୁଧ୍ୟାନ କରିଛନ୍ତି। ପରେ ପ୍ରଶାସନର ବରିଷ୍ଠ ଅଧିକାରୀ ଓ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ କାର‌୍ୟ୍ୟରତ ସେବାୟତ, ଧାଡି ଦର୍ଶନକୁ ବିରୋଧ କରି ଗତବର୍ଷ ଅକ୍ଟୋବର ୩ରେ ହୋଇଥିବା ହିଂସାକାଣ୍ଡ ଓ ଡିସେମ୍ବର ୨୮ରେ ଠାକୁରଙ୍କ ନୀତି ବନ୍ଦ ଓ ୧୨ ଘଣ୍ଟା ଧରି ମହାପ୍ରଭୁ ଉପାସ ରହିବା ଘଟଣା ନେଇ ଆଲୋଚନା କରିଥିଲେ। ୨୭ରେ ସମସ୍ତ ରିପୋର୍ଟ ପ୍ରଦାନ କରାଯିବା ପରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।