ଠିକାଦାରଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଗଲେ ବରିଷ୍ଠ କିରାଣୀ

ରାୟଗଡ଼ା (କେନ୍ୟୁଜ ବ୍ୟୁରୋ) : ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି କାଶୀପୁର ବ୍ଲକର ରାଜସ୍ୱ ଉନ୍ନୟନ ସହାୟକ ପ୍ରକାଶ ଚନ୍ଦ୍ର ସାହୁ । ଜଣେ ଠିକାଦାର ବିଳାସ ନାୟକଙ୍କ ଠାରୁ ସେ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କାଶୀପୁର ବ୍ଲକ ଡଙ୍ଗାସିଲଠାରେ ଏମ୍‌ଏଲ୍‌ଏ ଫଣ୍ଡରେ ୪ ଲକ୍ଷ ଟଙ୍କା ବିନିମୟରେ ଏକ ରେଷ୍ଟ ସେଡ୍‌ ନିର୍ମାଣ ପାଇଁ ଅନୁଦାନ ହୋଇଥିଲା । କାର୍ଯ୍ୟାଦେଶ ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ମାଗିଥିଲେ ରାଜସ୍ୱ ଉନ୍ନୟନ ସହାୟକ ପ୍ରକାଶ ଚନ୍ଦ୍ର ସାହୁ । ଆଜି ଟଙ୍କା ନେବା ବେଳେ ଧରିଥିଲା ଭିଜିଲାନ୍ସ ବିଭାଗ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.