ଭିଜିଲାନ୍ସ ଜାଲରେ TPSODLର ସିନିଅର ଜେନେରାଲ ମ୍ଯାନେଜର, ୧୦ଟି ସ୍ଥାନରେ ଚଢଉ

ବ୍ରହ୍ମପୁର (କେନ୍ୟୁଜ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ। ବ୍ରହ୍ମପୁର TPSODLରେ ସିନିଅର ଜେନେରାଲ ମ୍ଯାନେଜର ରୂପେ କାର୍ଯ୍ଯରତ ପ୍ରମୋଦ କୁମାର ଚୌଧୁରୀ ମାଡିବସିଲା ଭିଜିଲାସନ୍ସ। ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ।

ସୂଚନା ଅନୁଯାୟୀ, ବ୍ରହ୍ମପୁରର ସିଦ୍ଧାର୍ଥ ନଗରରେ ଥିବା ତାଙ୍କର ତିନି ମହଲା କୋଠା, ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା କୋଠା, ଶିବ ମନ୍ଦିର ପଛରେ ଥିବା ଫାର୍ମ ହାଉସ୍, ଏସବିଆଇ ନିକଟ ଲୋଚାପଡା ମୁଖ୍ୟ ରାସ୍ତାରେ ଥିବା ଘର ଓ ମା ଭୈରବୀ ଟ୍ରେଡର୍ସର ଅଫିସ୍, ଅମ୍ବାପୁଆ ଠାରେ ଥିବା ୨ ବିଏଚକେ ଫ୍ଲାଟ, ନିଜ ଗାଁ ବାଳକୃଷ୍ଣପୁରର ଘର, ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ ଥିବା ଚାମ୍ବର, ଗୋପାଳପୁର ଥାନା ହରିପୁରରେ ଥିବା ଦୁଇ ମହଲା କୋଠା ଓ ପୁରୀ ଜିଲ୍ଲା ପିପିଲିରେ ଥିବା ଗୋଟିଏ ଫ୍ଲାଟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି।

ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ ଜଜ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢାଉ । ଚଢାଉରେ ଜଣେ ଜଣେ ଅତିରିକ୍ତ ଏସ୍ପି, ୩ ଜଣ ଡିଏସ୍ପି, ୧୨ ଜଣ ଇନସ୍ପେକ୍ଟର, ୧୨ ଜଣ ଏସ୍ ଆଇ ଏବଂ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.