ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର (କେନ୍ୟୁଜ୍) : ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ। ବିଷ୍ଣୁପଦ ସେଠୀ ଓ ଶାଶ୍ୱତ ମିଶ୍ରଙ୍କ ପଦବୀରେ ଅଦଳ ବଦଳ କରାଯାଇଛି। ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ତାଙ୍କ ସ୍ଥାନରେ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସ୍ଟି କମିଶନର ଭାବେ ନିଯୁକ୍ତି ମିଳିଛି। ଏହାସହ ଏସ୍ଆରସି ଓ ଓସଡମା ପରିଚାଳନା ଦାୟିତ୍ୱରେ ମଧ୍ୟ ବିଷ୍ଣୁପଦ ସେଠୀ ରହିବେ। ପୂର୍ତ୍ତ ବିଭାଗ ଦାୟିତ୍ୱରେ ରହିବେ କ୍ରିଷନ କୁମାର । ତେବେ ସେ ପୂର୍ବ ପରି ସମବାୟ ବିଭାଗର ସଚିବ ଭାବେ ମୂଳ ଦାୟିତ୍ୱ ଓ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।