Categories: ରାଜ୍ୟ

ଓଡିଶା ପୋଲିସର ନୂଆ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍‌ ଅଫିସର ବିଜୟ କୁମାର ଶର୍ମା, ଆସନ୍ତାକାଲି ମିଳିବ ନେବେ ଦାୟିତ୍ୱ

ଓଡିଶା ପୋଲିସର ନୂଆ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍‌ ଅଫିସର ବିଜୟ କୁମାର ଶର୍ମା। ୧୯୮୬ ବ୍ୟାଚର ବିଜୟ କୁମାର ଶର୍ମା ଏବେ ଅଗ୍ନିଶମ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକି ଅଛନ୍ତି । ବର୍ତ୍ତମାନର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତି ମିଳିବା ପରେ ବିଜୟ କୁମାର ଶର୍ମାଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ।

୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମା । ଓଡିଶା ପୋଲିସର ନୂଆ ମୁଖିଆ । ବିଜୟଙ୍କୁ ମିଳିଛି ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ସେ ଏବେ ହେଡ ଅଫ୍‌ ପୋଲିସ ଫୋର୍ସ । ବିଜୟ ଅଗ୍ନିଶମ ବିଭାଗ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଅଛନ୍ତି । ବର୍ତ୍ତମାନର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ମିଳିବା ପରେ ବିଜୟଙ୍କୁ ମିଳିଛି ଏହି ଦାୟିତ୍ୱ । ବିଜୟ କୁମାର ଶର୍ମା ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେବାପରେ ଅଗ୍ନିଶମ ବିଭାଗ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ପଦବୀ ଖାଲି ପଡିବ । ସେହିଭଳି ପୂର୍ବତନ ପୋଲିସ ଡିଜି ତଥା ଓଏସଆରଟିସି ମୁଖ୍ୟ କେ.ଭି ସିଂହ ଅବସର ନେବା ପରେ ସେହି ଡିଜି ପାହ୍ୟା ପଦବୀ ଖାଲି ପଡିଛି । ଅର୍ଥାତ ଓଡିଶା ପୋଲିସରେ ଦୁଇଟି ଡିଜି ପାହ୍ୟା ପଦବୀ ଖାଲି ପଡିଛି । ତେଣୁ ଖାଲି ଥିବା ପଦବୀ ଗୁଡିକ ପାଇଁ କିଏ ପଦୋନ୍ନତି ହେବେ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ପଦବୀ ପାଇଁ ଆଗରେ ଅଛନ୍ତି ୧୯୮୮ ବ୍ୟାଚର ଦୁଇ ଆଇପିସ୍‌ ଅଫିସର ସତ୍ୟଜିତ୍‌ ମହାନ୍ତି ଓ ମନୋଜ ଛାବ୍ରା । ଖୁବ ଶୀଘ୍ର ଏମାନଙ୍କୁ ଡିଜି ପାହ୍ୟାକୁ ପଦନ୍ନୋତୀ ମିଳିପାରେ । ସତ୍ୟଜିତ୍‌ ମହାନ୍ତି ଏବେ ପୋଲିସ କମିଶନର ଅଛନ୍ତି । ସେହିଭଳି ମନୋଜ ଛାବ୍ରା ଅଛନ୍ତି ସ୍ପେସାଲ ଆର୍ମ ପୋଲିସ ଫୋର୍ସର ଏଡିଜି ଅଛନ୍ତି । ଖୁବ ଶୀଘ୍ର ପୋଲିସ ବିଭାଗରେ ବଡ ଧରଣରେ ଅଦଳ ବଦଳ ହୋଇପାରେ । ସେପଟେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ବିଜୟ କୁମାର ଶର୍ମା । ଏଥିପାଇଁ ଡିଜି କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହେଲାଣି ।

କେଉଁ କେଉଁ ଦାୟିତ୍ୱରେ ଥିଲେ ବିଜୟ କୁମାର ଶର୍ମା

ବିଜୟଙ୍କ ୩୩ବର୍ଷର ଉଲ୍ଲେଖନୀୟ ପୋଲିସ କ୍ୟାରିଅର। ସୁନ୍ଦରଗଡ, ସମ୍ବଲପୁର, ଫୁଲବାଣୀରେ ଏସପି ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦୁଇଥର ଏସପି ଦାୟିତ୍ୱ ଦୁଲାଇଛନ୍ତି। ୧୯୯୯ରୁ ୨୦୦୬, ୭ବର୍ଷ ସିବିଆଇରେ କାମ କରିଛନ୍ତି ବିଜୟ କୁମାର ଶର୍ମା । ଏହା ମଧ୍ୟରେ ସିବିଆଇର ଇକୋନୋମିକ୍‌ ଅଫେନ୍ସ,ସ୍ପେସାଲ କ୍ରାଇମ ଓ ଆଣ୍ଟି କରପସନ୍‌ ବିଭାଗରେ ସେ ଦାୟିତ୍ୱ ତୁଲାଇଛନ୍ତି। ଓଡିଶା ଆସିବା ପୂର୍ବରୁ ସେ ସିବିଆଇର ଡେପୁଟି ଡାଇରେକ୍ଟର ଆଡମିନିଷ୍ଟ୍ରେସନ ଦାୟିତ୍ୱରେ ଥିଲେ । ୨୦୦୮ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ସେ ଟୁଇନସିଟିର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି । ସେହି ସମୟ ଭିତରେ କମିଶନରେଟ ପୋଲିସର ଢ଼ାଞ୍ଚା ପରିବର୍ତ୍ତନ ହୋଇଥିଲା । କମିଶନରେଟ ପୋଲିସର ଭିତ୍ତିଭୂମି ବଢ଼ିଥିଲା । ପରେ କ୍ରାଇମବ୍ରାଞ୍ଚରେ ୭ବର୍ଷ କାର୍ଯ୍ୟ କରିଛନ୍ତି । ଯେଉଁଥିରେ ସେ କ୍ରାଇମବ୍ରାଞ୍ଚ ଆଇଜି, କ୍ରାଇମ୍‌ବ୍ରାଞ୍ଚ ଏଡିଜି ଓ କ୍ରାଇମବ୍ରାଞ୍ଚ ସ୍ପେସାଲ ଡିଜି ଦାୟିତ୍ୱ ତୁଲାଇଛନ୍ତି। ପରେ କିଛି ମାସ ଜେଲ ବିଭାଗ ଦାୟିତ୍ୱ ସମ୍ଭାଳି ଥିଲେ ବିଜୟ । ଏହାପରେ ଡିଜି ପାହ୍ୟାକୁ ତାଙ୍କର ପଦୋନ୍ନତି ହେବାପରେ ସେ ଅଗ୍ନିଶମ ବିଭାଗ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକି ଅଛନ୍ତି । ବିଜୟ କୁମାର ଶର୍ମା, ଆମେରିକାର ଫୁଲ ବ୍ରାଇଟ୍‌ ସ୍କୋଲାର ଓ ଜନ୍‌ ହପକିନ୍‌ସ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଛନ୍ତି । ୨୦୦୪ ମସିହାରେ ରାଜସ୍ଥାନର ସାରିସ୍କାରେ ବାଘ ଗାଏବ ଘଟଣାରେ ବିଜୟ ଥିଲେ ତଦନ୍ତକାରୀ ଟାସ୍କ ଫୋର୍ସର ମୁଖ୍ୟ । ବିଜୟ କୁମାର ଶର୍ମା ବାରିପଦାରେ ଜନ୍ମ ଗ୍ରହଣ କରିଛନ୍ତି । ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ପୋଲିସ ପଦକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଜୟ କୁମାର ଶର୍ମା ।

 

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

7 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

14 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

40 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

49 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago