IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ମୋଟ ଅଠର ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି। ଅଗ୍ନିଶମ ଡିଜି ହେଲେ ସୁଧାଂଶୁ ଷଡ଼ଙ୍ଗୀ । ଆଶିଷ ସିଂହ ହେଲେ ଆଇଜି ସେଣ୍ଟ୍ରାଲ ରେଞ୍ଜ । ଅମିତାଭ ଠାକୁର ହେଲେ ପରିବହନ କମିଶନର।

କେନ୍ୟୁଜ୍(ବ୍ୟୁରୋ):   

ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ମୋଟ ଅଠର ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି।ଅଗ୍ନିଶମ ଡିଜି ହେଲେ ସୁଧାଂଶୁ ଷଡ଼ଙ୍ଗୀ । ଆଶିଷ ସିଂହ ହେଲେ ଆଇଜି ସେଣ୍ଟ୍ରାଲ ରେଞ୍ଜ । ଅମିତାଭ ଠାକୁର ହେଲେ ପରିବହନ କମିଶନର।

ନରସିଂହ ଭୋଳ ହେଲେ ଅବକାରୀ କମିଶନର। ମିତ୍ରଭାନୁ ମହାପାତ୍ର ହେଲେ ରାଉରକେଲା ଏସ୍‌ପି। ମୁକେଶ କୁମାର ହେଲେ ସମ୍ବଲପୁର ଏସ୍‌ପି ।ଖିଲାରୀ ଋଷିକେଶ ହେଲେ ବଲାଙ୍ଗିର ଏସ୍‌ପ।