ପରପାରିରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ବର (କେନ୍ୟୁଜ୍) : ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ। ୬୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଅସୁସ୍ଥତା ଯୋଗୁଁ ଗତକାଲି ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ନିଧନ ଘଟିଛି।

ରାଜ୍ୟର ସମସ୍ତ ଟେଲିଭିଜନ ଚ୍ୟାନେଲରେ ଜଣେ ରାଜନୈତିକ ଭାଷ୍ୟକାର ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ତେବେ ତାଙ୍କ ନିଧନର ଖବର ସାମ୍ବାଦିକ ମହଲକୁ ସ୍ତବ୍ଧ କରିଦେଇଛି।