ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ୍‌ର ଉଦଯାପନୀ ଦିବସରେ ଯୋଗ ଦେଲେ ନବୀନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ଵାଲାଙ୍କ ଦେଲେ ସାକ୍ଷାତକାର

ଭୁବନେଶ୍ବର(କେନ୍ୟୁଜ୍): ଟିମ୍‌ ଓ୍ଵାର୍କ ସଫଳତାର ମୂଳମନ୍ତ୍ର। ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ୍‌ର ଉଦଯାପନୀ ଦିବସରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ସେ ସମର୍ଥନ କରିଛନ୍ତି। ନବୀନ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗ ରହିବ। ଏହାସହ ମୋ ସରକାର ଓ 5-Tର କଥା ବି କହିଛନ୍ତି ମୁଖ୍ୟମନ୍ତ୍ରୀ। ଫିଟନେସ୍‌ର ମନ୍ତ୍ର ଦେଇଛନ୍ତି। ବ୍ୟାୟାମ ଓ ଅଳ୍ପ ଖାଦ୍ୟଗ୍ରହଣ ତାଙ୍କ ଫିଟନେସର ମନ୍ତ୍ର। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲିଟରାରୀ ଫେଷ୍ଟିଭାଲ୍‌ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଓ୍ଵାନ୍‌-ଟୁ-ଓ୍ଵାନ୍‌ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ଵାଲା। ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିରାଟ କୋହଲି ବୋଲି କହିଛନ୍ତି ପ୍ରଭୁ ଚାଓ୍ଵଲା।