ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଜୋର ଧରିଲା ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): କେସିଆର- ଜୟରାମ ପାଙ୍ଗୀ ସାକ୍ଷାତ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ। ହାଇଦ୍ରାବାଦରେ କେସିଆରଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପାଙ୍ଗୀ- କେସିଆର ସାକ୍ଷାତ ଫଟୋ ନିଜେ ଜୟରାମ ପାଙ୍ଗୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ସେ ବିଆର୍‌ଏସରେ ଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ କୌଣସି ଦଳରେ ତାଙ୍କ ଯୋଗଦାନ ପ୍ରଭାବ ପକାଇନାହିଁ ବୋଲି କହିଛନ୍ତି କୋରାପୁଟ ବିଧାୟକ। ପୂର୍ବରୁ ୧୪ ତାରିଖରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗା ଓ ତାଙ୍କ ପୁଅ ଶିଶିର ଗମାଙ୍ଗ କେସିଆରଙ୍କୁ ଭେଟିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.