ମୋହନଙ୍କୁ ସୁରଙ୍କ ଚେତାବନୀ, ନବୀନଙ୍କ ଦେହରେ ହାତ ଦେଲେ ଘରୁ ବାହାରି ପାରିବେନି

ଭୁବନେଶ୍ୱର : ମୋହନ ସରକାରକୁ ଘେରିଲେ ବରିଷ୍ଠ ନେତା ସୁର ରାଉତରାୟ। ବିଜେଡି ସୁପ୍ରିମୋ ନବୀନଙ୍କୁ ବିଜେପିର ଗିରଫ ଦାବି ନେଇ ବର୍ଷିଲେ ସୁର। କହିଲେ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କୁ ଗିରଫ ପାଇଁ ନବୀନ ଦାବି କରିବାରୁ ବିଜେପି କହୁଛି ଗିରଫ କରିବ। ନବୀନଙ୍କ ଦେହରେ ହାତ ଦେଲେ ଘରୁ ବାହାରି ପାରିବେନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନ୍ତ୍ରୀମାନେ ଘରୁ ବାହାରି ପାରିବେନି ବୋଲି ସୁର ରାଉତରାୟ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ କେନ୍ଦ୍ର ବଜେଟକୁ ନେଇ ମଧ୍ଯ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ସୁର । ସେ କହିଛନ୍ତି ଓଡ଼ିଶାର ୨୦ ସାଂସଦ ଅଛନ୍ତି, ସରକାର ଅଛି । ମୋଦି ଅନେକ ପ୍ରତିଶ୍ରୁତି ଦେଇଥିଲେ ହେଲେ, ବଜେଟରେ ଆନ୍ଧ୍ରକୁ ଅନେକ କିଛି ମିଳିଛି କିନ୍ତୁ ଓଡ଼ିଶାକୁ ହତାଦର କରାଯଇଛି । ପୋଲାଭରମ ଚାଲୁ ନେଇ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବିପୁଳ ଅର୍ଥ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଓଡ଼ିଶା ଗତ ୨୪ବର୍ଷ ଧରି ପୋଲାଭରମ ନେଇ ପ୍ରତିବାଦ କରୁଛି । ପୋଲାଭରମ ହେଲେ ଓଡ଼ିଶାର ମାଲକାନଗିରରେ ଶହ ଶହ ଗାଁ ବୁଡ଼ିଯିବ। ନବୀନ ଏବେବି ପ୍ରତିବାଦ କରୁଛନ୍ତି। ଆମେ ନବୀନଙ୍କ ସହ ଅଛୁ ବୋଲି କହିଛନ୍ତି ସୁର ରାଉତରାୟ ।