ଚାକିରିରୁ ଇସ୍ତଫା ଦେଲେ ବରିଷ୍ଠ IAS ଅଫିସର ଗଗନ ଧଳ, କାରଣ ?

ଭୁବନେଶ୍ବର(କେନ୍ୟୁଜ୍): ବରିଷ୍ଠ IAS ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ୧୯୮୫ ବ୍ୟାଚ୍‌ର ବରିଷ୍ଠ IAS ହେଉଛନ୍ତି ଗଗନ ଧଳ । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । ଗଗନ ଧଳଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି । ୨୦୨୦ ଜାନୁୟାରୀରେ ସେ ଅବସର ନେଇଥାନ୍ତେ । ଏହା ପର୍ବରୁ ସେ ଆଜି ଇସ୍ତଫା ଦେଇଥିବା ସୂଚନା ମିଳିଛି ।