ଦିଗପହଣ୍ଡିରେ ଅଭିଯୋଗ ଶୁଣାଣୀ, ଯୋଗଦେଲେ ଜିଲ୍ଲାପାଳଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ପୋଲିସ ମିଳିତ ଅଭିଯୋଗ ଶୁଣାଣୀ  ହୋଇଛି । ଏହି ଅଭିଯୋଗ ଶୁଣାଣୀରେ ୧୦୦ ଗୋଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଜମିପଟା, ଜବର ଦଖଲ, ନୂଆ ପୋଖରୀ କାର୍ଯ୍ୟକ୍ରମ ଭତ୍ତା ଏବଂ ବିଭିନ୍ନ ବିଭାଗ ର ସମ୍ପର୍କ ରେ ଶୁଣାଣୀ କରାଯାଇଥିଲା ।

ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଏହି ଶିବିରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ, ଅତିରିକ୍ତ ଏସ ପି ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।