ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

କେନ୍ୟୁଜ: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ। ସଡ଼କ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ ସାମ୍ବାଦିକ ଅଶୋକ ପଣ୍ଡା।

ଦୀର୍ଘବର୍ଷ ଧରି ସେ ସମୟ, ଟାଇମ୍ସ ଅଫ ଇଣ୍ଡିଆ, ଇନାଡୁ ଆଦି ଖବର କାଗଜରେ କାର୍ଯ୍ୟ କରି ଅନେକ ସୁଖ୍ୟାତି ଅର୍ଜନ କରିଥିଲେ । ୧୯୯୯ ମହାବାତ୍ୟା ସମୟରେ ସେ ବାତ୍ୟାଞ୍ଚଳ ଗସ୍ତ କରି ବହୁ ଚର୍ଚ୍ଚିତ ଫଟୋ ଉଠାଇଥିଲେ। ସେ ସବୁ ଫଟୋ ନେଇ ସେ ପ୍ରଦର୍ଶନୀ କରି ପ୍ରଶଂସିତ ହୋଇଥିଲେ । ତାଙ୍କର ବିୟୋଗ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.