ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା

ପୁରୀ : ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ । ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଘଟିଛି ହତ୍ୟା  । ସିସିଟିଭିରେ କଏଦ ହୋଇଛି ହତ୍ୟାକାଣ୍ଡର ଦୃଶ୍ୟ । ଗୋଟିଏ ପଟେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବା ବେଳେ ପୁରୀର ସୁରକ୍ଷା ପାଇଁ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିଛି ।

ଏପରି ସ୍ଥିତିରେ ସ୍ପଷ୍ଟ ଦିବାଲୋକରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରିଷ୍ଠ ସେବାୟତଙ୍କ ଜୀବନ ନେଇଥିବା ପୋଲିସ ଅନୁମାନ କରୁଛି । ଏନେଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

ତେବେ ମୃତ ସେବାୟତ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ।  ଜଗନ୍ନାଥଙ୍କ ଘର ମହାସୁଆର ସାହିରେ ।  ତେବେ ସେ କଣ ପାଇଁ ପଡ଼ୋଶୀଙ୍କ ଘରକୁ ଯାଇଥିଲେ । ସେଠାରେ କଣ ଘଟିଲା ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ବର୍ତ୍ତମାନ ପଡ଼ୋଶୀ ଫେରାର ଅଛନ୍ତି ।

Also read: AI କ୍ୟାମେରା ନଜରରେ ରହିଛି ପୁରୀ ସହର