କୋଇଲା ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୫ ଜଣଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ

ଭୁବନେଶ୍ବର: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ସଜା ଶୁଣାଣି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୫ ଜଣଙ୍କ ବିରୋଧରେ ଦଣ୍ଡ ବିଧାନ କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ସେମାନଙ୍କ ଭିତରେ ଅଛନ୍ତି କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ । ସେତେବେଳେ ପ୍ରଦୀପ ବାନାର୍ଜୀ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ଥିଲେ । ନିତ୍ୟାନନ୍ଦ ଗୌତମ ଥିଲେ ପ୍ରକଳ୍ପ ପରାମର୍ଶଦାତା ।

ସେହିପରି କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଓ କାଷ୍ଟ୍ରନ ମାଇନିଂ ଲିମିଟେଡ ବା CML ଦୋଷୀ ପ୍ରମାଣିତ ହୋଇଛନ୍ତି । ୧୯୯୯ରେ କାଷ୍ଟ୍ରନ୍‌ ଟେକ୍ନୋଲୋଜିକୁ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଲ ବ୍ଲକ୍‌ ଦେବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ପ୍ରିଭେନସନ୍‌ ଅଫ କରପସନ୍‌ ଆକ୍ଚର ବିଭିନ୍ନ ଧାରାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜି କୋର୍ଟ କଣ ଦଣ୍ଡାଦେଶ କରିବେ ତାଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.