ନୂଆଁଖାଇ ପାଇଁ ନିର୍ଘଣ୍ଟ ହେଲା ଶୁଭ ଲଗ୍ନ, ୮ ରେ ହେବ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ରେ ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି । ଆସନ୍ତା ୮ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ନିକଟ ରେ ନବାନ୍ନ ଲାଗି ହେବ । ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ । ଝାଡୁଆପଡ଼ା ର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା’ ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଛନ୍ତି l ଚଳିତ ବର୍ଷ ନୁଆଁଖାଇ ଲଗ୍ନ ମାଁ ସମଲେଶ୍ୱରୀଙ୍କୁ ଜଣାଯିବା ପରେ ସହର ବାସୀଙ୍କୁ ପଣ୍ଡିତ ତଥା ପୂଜକ ମାନେ ଯାଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like