ଯାଜପୁରରେ ସିରିଜ ଦୁର୍ଘଟଣା, ଚାଳକ ଓ ହେଲପର ସାମାନ୍ୟ ଆହତ

ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ସିରିଜ ଦୁର୍ଘଟଣା ହୋଇଛି । ଯାତ୍ରୀ ବାହୀ ବସକୁ ଧକ୍କା ଦେଲା ଏକ ଟ୍ରକ । ପରେ ଏକ କାରକୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ । ତେବେ ଏହି ଦୁର୍ଘଟଣାରେ ବସର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ମୁତାବକ, ଡଲଫିନ ନାମକ ଏକ ଯାତ୍ରୀ ବାହୀ ବସ କଲିକତା ଅଭିମୁଖେ ଯାଉଥିବା ବେଳେ କୁଆଖିଆ ଛକ ନିକଟରେ ଏକ ଟ୍ରକ ବସ ପଛ ପଟୁ ଧକ୍କା ଦେଇଥିଲା । ଏହି ସମୟରେ ରଙ୍ଗ ରୁଟରେ ଆସୁଥିବା ପ୍ରେସ ଲେଖା ଥିବା ଏକ କାରର ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ବସର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 

 

ଆହୁରି ପଢ଼ନ୍ତୁ : ଆମ୍ବ ତୋଳିବାକୁ ଯାଇ ଗଛରୁ ପଡ଼ି ଯୁବକ ଗୁରୁତର