ପଳାଶୁଣିରେ ସିରିଜ ଦୁର୍ଘଟଣା : ପଛକୁ ପଛ ପିଟିହେଲା ୩ ଟ୍ରକ୍, ଜଣେ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣିରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟିହେଲା ୩ ଟ୍ରକ୍ । ଗତକାଲି ରାତିରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଭାରସାମ୍ୟ ହରାଇ ପ୍ରଥମେ ଗୋଟିଏ ଟ୍ରକ ଡିଭାଇଡରକୁ ପିଟିବା ପରେ ତା’ ପଛକୁ ଆଉ ୩ଟି ଟ୍ରକ ପିଟିହୋଇଥିଲା ।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିଲେ । ଏହି ସିରିଜ ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହି ସିରିଜ ଦୁର୍ଘଟଣା ଯୋଗୁଁ ପଳାଶୁଣି ଉଭୟ ରାସ୍ତାରେ ଯାନବାହନ ବହୁ ସମୟ ଧରି ଅଟକି ରହିଥିଲା ।

 

 

ଆହୁରି ପଢ଼ନ୍ତୁ : ହାଇୱାକୁ ପଛପଟୁ ପିଟିଲା କାର୍, ୪ ଆହତ ;୨ ଗୁରୁତର