ବାଙ୍କୀରେ ସିରିଜ ଲୁଟ, ବିଳମ୍ବିତ ରାତିରେ ୨ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ବାଙ୍କୀ : ବୈଦେଶ୍ଵର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ଗତ କାଲି ରାତିରେ ଗହୀରଗାଡ଼ିଆ ଗାଁର ୨ ଜଣଙ୍କ ଘରୁ ସିରିଜ ଲୁଟ । ଲୁଟେରା ମାନେ ଗାଁର ନରସିଂହ ନାୟକ ଓ ମଧୁସୂଦନ ଖଟୁଆଙ୍କ ଘରର ତାଲା ଭାଙ୍ଗି ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗତ ୨ ତାରିଖ ଦିନ ପୁଇଁଚା ଗାଁରୁ ମଧ୍ୟ ଅନୁରୂପ ଢଙ୍ଗରେ ୫ ଘରୁ ସିରିଜ ଲୁଟ ହୋଇଥିଲା । ବୈଦେଶ୍ଵର ପୋଲିସର ଅପାରଗତାକୁ ଦାୟୀ କଲେ ଗ୍ରାମବାସୀ ।
ସୂଚନା ଅନୁସାରେ ଗତକାଲି ହିନ୍ଦୋଳ ବ୍ଲକ ବାଲିମି ଥାନା ଦୁଦୁରୁକୋଟ ଗାଁରେ ମଧ୍ୟ ବିଳମ୍ୱିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ରାତି ଅଧରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ପଶିଥିଲେ ଲୁଟେରା । ଯାହାପରେ ଘରେ ବୁଲାଇଦେଇଥିଲେ କଳାକନା । ଏପରିକି ବାସନ କୁସନ ବି ଛାଡ଼ିନାହାନ୍ତି ଏ ଦୁର୍ବୃତ୍ତ । ଘରେ ଥିବା ଟିଭି, ସୋଲାର ସିଷ୍ଟମ, ପାଣି ପମ୍ପ ସମେତ ଘରର ସମସ୍ତ ସାମଗ୍ରୀ ନେଇ ଚମ୍ପଟ୍ ମାରିଥିଲେ ।
ଆହୁରି ପଢ଼ନ୍ତୁ : ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା, ମେଟ୍ରୋ ସାଟେଲାଇଟ ସିଟିରୁ ଲକ୍ଷାଧିକ ଟଙ୍କାର ସିରିଜ ଲୁଟ୍