କୋଣାର୍କରେ ସିରିଜ୍ ଲୁଟ୍, ଲୁଟରାଙ୍କ ଟେର୍ ପାଉନି ପୋଲିସ୍

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରାମାନେ । ପୋଲିସ୍‌ ଆଖିରେ ଧୂଳି ଦେଇ ନିଜର କାୟା ବିସ୍ତାର କରୁଛନ୍ତି । ଘର ମନ୍ଦିର ପରେ ଏବଂ ବିୟର ବାର ବି ଛାଡିଲେନି ଲୁଟେରା । ଏବେ ଲୁଟେରାଙ୍କ ନଜରରେ ରହିଛି କୋଣାର୍କ । ବିଳମ୍ବିତ ରାତିରେ କୋଣାର୍କରେ ସିସିଟିଭିକୁ ଭାଙ୍ଗି ବିଅର ବାରରୁ ୨ ତାଲା ଭାଙ୍ଗି ଲୁଟ । ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।

ସୂଚନା ଥାଉକି ଗତ ଦୁଇଦିନ ତଳେ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତ ରଥଯାତ୍ରା ଦିନ ଦିନଦିପ୍ରହରରେ ଲୁଟ ହେବାର ମାତ୍ର ଦିନକ ପରେ କୋଣାର୍କ- ପୁରୀ ୬ ଲେନ ମୁଖ୍ୟ ରାସ୍ତାରେ ଥିବା ବିଅର ବାରରୁ ପୁଣି ବିଳମ୍ବିତ ରାତିରେ ଲୁଟିନେଲେ ଦୃବୃତ୍ତ । ବିଅର ବାରରେ ଲାଗିଥିବା ସିସିଟିଭିକୁ ଭାଙ୍ଗିବା ସହିତ ଦୋକାନ ଗୃହର ସଟରର ଦୁଇଟି ତାଲାକୁ କାଟି ବିଳମ୍ବିତ ଲୁଟିନେଇଛନ୍ତି ଲକ୍ଷଲକ୍ଷ ଟଙ୍କା ।

ଏନେଇ ଆଜି କୋଣାର୍କ ଥାନାରେ ବିଅର ବାରର କର୍ମଚାରୀ ବିପିନି କୁମାର ପରିଡା ଲିଖିତ ଅଭିଯୋଗ କରିବା ପରେ କୋଣାର୍କ ଥାନା ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ବେଳେ ସାଇଣ୍ଟିଫିକ ଟିମ ଆସିବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କୋଣାର୍କ ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ କୋଣାର୍କ ପୋଲିସର ତଦନ୍ତ ଜାରି ରହିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ପର୍ଯ୍ୟଟନ ଚଳପ୍ରଚଳ ତଥା ବ୍ୟସ୍ତବହୁଳ ରାସ୍ତାଟି ସମ୍ପୂର୍ଣ୍ଣ ଉଜ୍ବଳ ଆଲୋକରେ ଆଲୋକିତ ଏବଂ ସିସିଟିଭି କ୍ୟାମେରା ନଜରରେ ରହିଥିବା ବେଳେ କିପରି ଦୁର୍ବୃତ୍ତ ନିର୍ଭୟରେ ଲୁଟ କରୁଛନ୍ତି?ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସ କରୁଛି କଣ? ରଥଯାତ୍ରା ପରି ବ୍ୟସ୍ତବହୁଳ ସମୟରେ କାହିଁକି ପ୍ରେଟୋଲିଙ୍ଗକୁ କଡାକଡି କରାଯାଉ ନାହିଁ ।

ସମ୍ପୂର୍ଣ୍ଣ କୋଣାର୍କ ଷ୍ଟ୍ରୀଟ ଲାଇଟ ଆଲୋକରେ ଆଲୋକିତ ରହିଥିଲା ବେଳେ କିପରି ଲୁଟେରା ଲୁଟୁଛନ୍ତି ଟଙ୍କା, ଏପରିକି ପୋଲିସକୁ ଖାତିର ନକରି ଦିନ ଦ୍ଵିପହରରେ ପର୍ଯ୍ୟଟକମାନଙ୍କ ଗାଡି ଭାଙ୍ଗି ଲୁଟୁଛନ୍ତି ଦୃବୃତ୍ତ । ଲୁଟେରାଙ୍କ କବଳରେ ଏବେ କୋଣାର୍କ । ଯାହା ଚିନ୍ତାର ବିଷୟ ପାଲଟିଛି । ଆଜକୁ ଏକମାସ ମଧ୍ୟରେ କୋଣାର୍କର ବିଭିନ୍ନ ସ୍ଥାନରେ ୪ ଥର ହୋଇଛି ଲୁଟ । ତୁରନ୍ତ ପୁରୀ ଆରକ୍ଷୀ ଅଧିକ୍ଷକ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଚାଲିଥିବା ଦୁର୍ବୃତ୍ତଙ୍କ ଲୁଟ ଉପରେ ରୋକ ଲଗାଇବା ପାଇଁ ଦୃଢ ପଦକ୍ଷେପ ନେବାକୁ କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

You might also like