ମୟୁରଭଞ୍ଜ ଜଶୀପୁର ବଜାରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ

କରଞ୍ଜିଆ(କେନ୍ୟୁଜ୍): ଯଶୀପୁର ମୁଖ୍ଯ ବଜାର ଛକ ନିକଟର ସିରିଜ ଦୁର୍ଘଟଣା। ଏକ ୧୨  ଚକିଆ ଟ୍ରକ ସହିତ ଟ୍ରଲର ଧକ୍କା ଦେବାପରେ ଅନ୍ଯ ୪ଟି ଯାତ୍ରାବାହି ଅଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ  ଅଳ୍ପକେ ବର୍ତ୍ତିଛନ୍ତି ଅନେକ ଲୋକ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଯଶୀପୁର ବଜାରର ମୁଖ୍ଯ ଛକ ନିକଟରୁ ।

ଗତକାଲି ଅପରାହ୍ନ ସମୟରେ ଏକ ୧୨ ଚକିଆ ଟ୍ରକ ରାଇରଙ୍ଗପୁର ପଟୁ ବାରିପଦା ଆଡକୁ ଯାଉଥିବା ବେଳେ ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେବା ପରେ ନିକଟ ଅଟ ଷ୍ଟାଣ୍ଡରେ ଛିଡାହଇଥିବା ୪ଟି ଅଟକୁ ଧକ୍କା ଦେଇଥିଲା । ଯାହା ଫଳରେ ଅଟ ଚାରିଟି ଚୁରମାର ହଇ ଯାଇଛି ।ତେବେ ସେହି ସ୍ଥାନରେ  କିଛି ଲୋକ ଥିଲେ ମଧ୍ୟ ସ୍ବଭାଗ୍ୟ ବସତଃ ଏକ ବଡ଼ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.