ବାଲେଶ୍ୱର ଭଗିଆ ଛକ ନିକଟରେ ସିରିଜ୍ ଦୁର୍ଘଟଣା , ଜଣେ ମୃତ ୨ ଗୁରୁତର

ବାଲେଶ୍ୱର(କେନ୍ୟୁଜ୍) : ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟିହେଲା ଟ୍ରକ। ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭଗିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ କୋଇଲା ବୋଝେଇ ଟ୍ରକ ଛିଡା ହୋଇଥିବାବେଳେ ଆଉ ଦୁଇଟି ଟ୍ରକ ପଛକୁ ପଛ ପିଟି ହୋଇଯାଇଥିଲା। ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।