ମୟୁରଭଞ୍ଜ ତାରାକୋଟି ଛକରେ ସିରିଜ୍‌ ଦୁର୍ଘଟଣା : ବାଇକ୍‌ ଓ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ , ୫ମୃତ

ମୟୁରଭଞ୍ଜ(କେନ୍ୟୁଜ୍) : ସିରିଜ୍‌ ଦୁର୍ଘଟଣା। ବାଇକ୍‌ ଓ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି। ବେତନଟି ଥାନା ତାରାକୋଟି ଛକରେ ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି। ବାହାଘର ରୋଷେଇ ସାରି ବାଇକ୍‌ରେ ଫେରୁଥିବାବେଳେ ସ୍କୁଟି ସହ ଧକ୍କା ହୋଇଥିଲା।

accident ଫଳରେ ଘଟଣାସ୍ଥଳରେ ୩ଜଣ ରୋଷେୟାଙ୍କ ମୃତ୍ୟୁ ହୋଇଥିଲା। ସ୍କୁଟିରେ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ଅନ୍ୟ ଏକ ଦୁର୍ଘଟଣାରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ପୋଲିସ ୫ଟି ଯାକ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।