ପୁଣି ଅଶାନ୍ତ ଗ଼ଞ୍ଜାମ , ୫ ମିନିଟ୍‌ ବ୍ୟବଧାନରେ ସହରର ୫ଟି ସ୍ଥାନରେ ବୋମାମାଡ

ଗ଼ଞ୍ଜାମ(କେନ୍ୟୁଜ୍) : ପୁଣି ଅଶାନ୍ତ ଗ଼ଞ୍ଜାମ । ଜନଗହଳିପୂର୍ଣ୍ଣ ସ୍ଥାନରେ ସିରିଜ୍‌ ବୋମାମାଡ। ଗଞ୍ଜାମ ଜିଲ୍ଲା ଭଂଜନଗରରେ ଦୁର୍ବୃତ୍ତଙ୍କ ଆତଙ୍କ। ୫ ମିନିଟ୍‌ ବ୍ୟବଧାନରେ ସହରର ୫ଟି ସ୍ଥାନରେ ବୋମାମାଡ ହୋଇଛି। ଗତକାଲି ସନ୍ଧ୍ୟାରେ ତିନି ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ସିରିଜ୍‌ ବୋମାମଡ କରି ଫେରାର ହୋଇଯାଇଥିଲେ।

bomb1ପ୍ରଥମେ ବଜାରରେ ଥିବା ଏକ ବ୍ୟାଙ୍କ ଆଗରେ ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ। ପରେ ଏକ ସୁନା ଦୋକାନ, ମଦ ଦୋକାନ ଓ ହିରୋ ସୋରୁମ୍‌ ଆଗରେ ବୋମା ପକାଇ ଫେରାର ହୋଇଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଦୁର୍ବୃ୍‌ତ୍ତଙ୍କୁ ଧରିବାକୁ ତନାଘନା ଜାରି ରଖିଛି।

thana

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.