ସରକାରୀ ଜମି ଜବରଦଖଲକୁ ନେଇ ସିରିଜ୍‌ ବୋମାମାଡ ଘଟଣା: ଏବେ ବି ପଡିରହିଛି ୧୦ରୁ ଅଧିକ ଅଫୁଟା ବୋମା

ବ୍ରହ୍ମଗିରି(କେନ୍ଯୁଜ୍): ସରକାରୀ ଜମି ଜବରଦଖଲକୁ ନେଇ ଗୋଷ୍ଠୀ ବିବାଦ ଘଟଣାକୁ ନେଇ ଗାଁରେ ସିରିଜ୍‌ ବୋମାମାଡ ଘଟଣା ପରେ ଏବେ ବି ସେହି ସ୍ଥାନରେ ୧୦ରୁ ଅଧିକ ଅଫୁଟା ବୋମା ପଡିରହିଛି। ୫ ଜଣ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରେ ଗତକାଲି ୫୦ରୁ ଅଧିକ ବୋମାମାଡ଼ ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ। ଘର ଦ୍ୱାର ସବୁ ପୋଡି ନଷ୍ଟ ହୋଇଯାଇଛି।

ନାଥପୁର ଗାଁର ୩୫ ମୌଜା ବାସିନ୍ଦା ଓ ବ୍ରହ୍ମପୁର ଗାଁର ୪୬ ବାସନ୍ଦ ପରିବାର ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ପକ୍ଷରୁ ୫୦ରୁ ଅଧିକ ବୋମାମାଡ଼ ହୋଇଥିଲା। ସ୍ଥାନୀୟ ବସ୍ତିରେ ନିଆଁ ଲଗାଇ ଦେଇଥିଲେ ୩୫ ମୌଜାର ଉତ୍ୟକ୍ତ ଲୋକ । ବୋମାବର୍ଷା ସହ ଟେକା ପଥର ମାଡ଼ ହୋଇଥିଲା। ପରିସ୍ଥିତି ଉତ୍ତଜେନାପୂର୍ଣ୍ଣ ରହିଥିବାରୁ ଅତିରିକ୍ତ ଏସ୍‌ପିଙ୍କ ସମେତ ୪ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

ରାତିରେ ନିଜେ ପୁରୀ ଏସ୍‌ପି ଓ ଏଡିଏମ୍‌ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଅଭିଯୋଗ ହୋଇଛି, କୃଷ୍ଣପ୍ରସାଦ ତହସିଲ ବ୍ରହ୍ମପୁର ୪୦ରୁ ଅଧିକ ପଛୁଆ ବର୍ଗର ଲୋକଙ୍କୁ ନାଥପୁର ୩୫ ମୌଜାରେ ଅସ୍ଥାୟୀ ଭାବରେ ବିସ୍ଥାପିତ କରାଯାଇଥିଲା । ସରକାରୀ ଜମିରେ ସେମାନେ ସ୍ଥାୟୀ ଘର ନିର୍ମାଣ କରୁଥିବାରୁ ବିରୋଧ କରିଥିଲେ ୩୫ ମୌଜା ବାସିନ୍ଦା । ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.