ଭଦ୍ରକରେ ଚାଞ୍ଚଲ୍ୟ: ୪ ମନ୍ଦିରରୁ ତାଲାଭାଙ୍ଗି କଳାକନା ବୁଲାଇଲେ ଲୁଟେରା

ଭଦ୍ରକ: ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ୪ ମନ୍ଦିରରୁ କଲେ ସିରିଜ୍ ଲୁଟ୍ । ଭଦ୍ରକ ପୌରପାଳିକା ୨୮ ନମ୍ବର ୱାର୍ଡ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ ଚୋରି ହୋଇଛି । ମଙ୍ଗଳା, ଶିବ, ରାଧାକୃଷ୍ଣ ଓ ହନୁମାନ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ରୂପା ମୁକୁଟ ସହ ହାର ଓ ଅନ୍ୟ ଅଳଙ୍କାର ନେଇଯାଇଛନ୍ତି ଲୁଟେରା । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଆଜି ସକାଳୁ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଆଜି ସକାଳେ ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ସିରିଜ୍ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

You might also like