ଯାତ୍ରା ଦେଖିବା ହେଲା କାଳ, ଗୋଟିଏ ରାତିରେ ୪ଟି ଘରେ କଳାକନା ବୁଲାଇଲେ ଚୋର

ସୋର : ଯାତ୍ରା ଦେଖିବାକୁ ଯିବା ହେଲା କାଳ । ଚାରି ଜଣଙ୍କ ଘରୁ କବାଟ ତାଡ଼ି ଲୁଟି ନେଲେ ସୁନା ଗହଣା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ସୋର ଥାନା ଅନ୍ତର୍ଗତ ତୁଣ୍ଡପଡ଼ା ଗାଁରେ । ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରେ କେହିନଥିବାର ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର । ବାଲେଶ୍ବର ସୋର ଅଞ୍ଚଳରୁ ସିରିଜ ଲୁଟ ହୋଇଛି । ରାତିଅଧରେ କବାଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତ୍ତି ଲୁଟିନେଇଛନ୍ତି ଲୁଟେରା ।
ସୂଚନା ଅନୁସାରେ ଗତକାଲି ସୋର ପୌରପାଳିକା ଅନ୍ତର୍ଗତ 16ନଂ ତୁଣ୍ଡପଡ଼ା ଗ୍ରାମରେ ସଞ୍ଜୟ ନାୟକ, ମାର୍କଣ୍ଡ ନାୟକ, ଧିରେନ ଦାସ ଓ ମନ୍ମଥ ନାୟକଙ୍କ ପରିବାର ଗତକାଲି ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ସମୟରେ 10ରୁ ଅଧିକ ଦୁର୍ବୃତ୍ତ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି l ସିସିଟିଭି କ୍ୟାମେରାରେ କଏଦ ହୋଈଛି ଲୁଟ୍ ସମୟର ଦୃଶ୍ୟ । ଏଭଳି ସିରିଜ ଲୁଟ ପୋଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି । ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ : ଉପ ମୁଖ୍ୟମନ୍ତ୍ରୀ