ବଣାଇ: ଥମୁନି ଲୁଟ୍ । କେତେବେଳେ ରାସ୍ତାରୁ ଲୁଟ୍ କରୁଛନ୍ତି ତ କେତେବେଳେ କାହା ଡିକି ଭାଙ୍ଗି ଲୁଟ୍ କରୁଛନ୍ତି । ଦିନକୁ ଦିନ ଏହି ଲୁଟେରାଙ୍କ ବିତ୍ପାତ ବଢ଼ିଚାଲିଛି । ଏବେ ଚୋର ମାନେ ଘରକୁ କରୁଛନ୍ତି ଟାର୍ଗେଟ୍ । ସେ ପୁଣି ଗୋଟିଏ କି ଦୁଇଟି ଘର ନୁହେଁ ଏକା ଥରକେ ୫ ଟି ଘରେ କଳାକନା ବୁଲାଇଛନ୍ତି ଚୋର । ପୂର୍ବରୁ ସମସ୍ତଙ୍କ ଘର ଉପରେ ରଖୁଥିଲେ ନଜର । ଆଉ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ କରୁଛନ୍ତି ଚୋରି । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ କମ୍ପାନୀ କଲୋନୀରେ ଚାଲିଛି ସିରିଜ ଚୋରି ।
ବଣାଇ ଥାନାର ଦରେଇକେଲା ଏସ ଏନ ମହାନ୍ତି କଲୋନୀରେ ଘରେ କେହି ଲୋକ ନଥିବା ସୁଯୋଗ ନେଇ ଦୁଇଟି ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଚୋରି କରିଥିବା ବେଳେ ଆଉ ଚାରିଟା ଘରେ ଚୋରି ଉଦ୍ୟମ କରିଥିଲେ । ସେହିପରି କୋଇଡା ଥାନାର ରୁଙ୍ଗଟା କଲୋନୀରେ ୧୫ଟି ଘରୁ ଚୋରି କରିଥିବା ବେଳେ ଗତ କାଲି ଲହୁଣୀପଡା ଥାନା ଟେନସାର ଜିନ୍ଦଲ କଲୋନୀରେ ମଧ୍ୟ ୪ଟି ଘର ଚୋରି ହୋଇଛି କିନ୍ତୁ ପୋଲିସ ଚୋରମାନଙ୍କ ଟେର ପାଉନି ପୋଲିସ ।
ଏବେ ଚୋରଙ୍କ ଟାର୍ଗେଟରେ ରହିଛି ବଣାଇ । ତେବେ ଉକ୍ତ ଅଞ୍ଚଳରେ ରାତିରେ ପୋଲିସ ପେଟ୍ରୋଲିଂ ଠିକ ଭାବେ ହେଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଏଭଳି ଭାବେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଏଭଳି ଲୁଟର ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଆସୁଛି । ଲୋକମାନେ ଯେତେ ସତର୍କ ହେଲେ ବି ଏ ଚୋରମାନେ କିଛି ନା କିଛି ଉପାୟ ଆପଣେଇ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଛନ୍ତି ।
ତେବେ ଆପଣମାନେ ଯଦି ଏ ଚୋରଙ୍କ ହାବୁଡ଼ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ଘର ଖାଲି ଛାଡି ଯାଆନ୍ତୁ ନାହିଁ ଅର୍ଥାତ ନିଜର କୌଣସି ବିଶ୍ୱସ୍ଥ ଲୋକଙ୍କୁ ଛାଡ଼ି ଯାଆନ୍ତୁ । ଚୋରମାନେ କେତେ କେତେ ଯେ ନୂଆ ନୂଆ ତରିକା ଆପଣାଉଛନ୍ତି ଚୋରୀର । ତାର ଟେର ବି ପାଇବେନି ଆପଣ । ତେଣୁ ସାବଧାନ୍ । ପ୍ରତିଟି ମୁହୂର୍ତ୍ତରେ ଆଖି କାନ ଖୋଲା ରଖନ୍ତୁ ଆଉ ନିଜକୁ ସତର୍କ ରଖନ୍ତୁ ।