ଗୋଟିଏ ଗାଁରେ ସିରିଜ ଲୁଟ, ଅଚେତ କରି ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା

ଭଦ୍ରକ: ମାତିଲେ ଲୁଟେରା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମୃଗନୟିନୀ ଗାଁରେ ସିରିଜ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁବାସ ନାୟକ, ଉମାକାନ୍ତ ରାଉତ, ରାଜେଶ ରାଉତଙ୍କ ଘରେ ଲୁଟ ହୋଇଛି । ଘରେ ପଶି କେମିକାଲ ସ୍ପ୍ରେ ବ୍ୟବହାର କରି ପରିବାର ଲୋକଙ୍କୁ ଅଚେତ କରି ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ସୁବାସ ନାୟକ ନିଜ ପ୍ଲାଣ୍ଟରେ କାମ ସାରି ଘରକୁ ଫେରି ଶୋଇଥିଲେ । ନିଦ ଭାଙ୍ଗିଲା ପରେ ରୋଷେଇ ଘର ଲୁହ ଝରକା ତାଡି ଘରକୁ ପଶି ଗଡ଼ରେଜ ଭାଙ୍ଗି ସୁନା ରୁପା ସହ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିଲା ଜାଣିଥିଲେ। ସେହିପରି ଉମାକାନ୍ତ ରାଉତଙ୍କ ମାଟି ଘରର ପଛ କବାଟ ତାଡି ଘରେ ପଶି ସୁନା ଅଳଙ୍କାର ସହ ଏକ ଲକ୍ଷ ସତୁରି ହଜାର ଟଙ୍କା ଲୁଟି ନେଇଛନ୍ତି । ଏପଟେ ରାଜେଶ ରାଉତଙ୍କ ଘର ତାଡି ମଧ୍ୟ ଲୁଟ କରିଛନ୍ତି ଲୁଟେରା । ମତୋ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ : ବଢିବ ସିଡିଏର ପରିସୀମା, ୨୦ ଏକର ଜମିରେ ନିର୍ମାଣ ହେବ କପଡା ହୋଲସେଲିଂ ମାର୍କେଟିଙ୍ଗ ଜୋନ