ଯାତ୍ରା ଦେଖୁଥିବା ବେଳେ ୫ଟି ଘରୁ ସିରିଜ୍ ଚୋରି, ଘରେ କଳାକନା ବୁଲାଇ ଦେଲେ ଲୁଟେରା

ବାଙ୍କୀ : ଗାଁରୁ ସିରିଜ୍ ଚୋରି । ଜାଗର ଯାତ୍ରା ଚାଲିଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ । ବାଙ୍କୀ ବୈଦ୍ୟେଶ୍ବର ଥାନା ପୁଇଁଚା ଗାଁର ୫ଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଦୁର୍ବୃତ୍ତ ମାନେ ନଗଦ ଟଙ୍କା ଲୁଟି ନେଇଛନ୍ତି।
ପୁଇଁଚା ଗାଁରେ ଜାଗର ଯାତ୍ରା ସହ ଗାଁର ଯୁବକ ମାନଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଉଥିଲା । ଗ୍ରାମର ମନ୍ଦିର ପଡିଆରେ ଜାଗର ଯାତ୍ରା ଚାଲିଥିବା ବେଳେ ସମସ୍ତେ ଘରର ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଚୋର ଗ୍ୟାଙ୍ଗ ଗୋଟିଏ ପରେ ଗୋଟିଏ ଘରୁ ଚୋରି କରିଚାଲିଥିଲେ । ଅଭିଯୋଗ ପରେ ବୈଦ୍ୟେଶ୍ବର ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି । ହେଲେ ଚୋରଙ୍କ କୌଣସି ପତ୍ତା ମିଳିପାରିନାହିଁ ।
ଆହୁରି ପଢ଼ନ୍ତୁ : ବିଏମସି ଭାଙ୍ଗିଦେଲା ଦୋକାନ ଘର, ରାସ୍ତାକଡ଼ରେ କାନ୍ଦୁଛନ୍ତି ମହିଳା