ରାଜ୍ୟ

ସିରିଜ ଦୁର୍ଘଟଣା : ୫ ଆହତ

ଭଞ୍ଜନଗର (କେନ୍ୟୁଜ): ଗୋଟିଏ ସ୍ଥାନରେ ଏକକାଳୀନ ୩ ଟି ମୋଟରସାଇକେଲ ଦୁର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁମୁସର ନୂଆଗାଁ ନିକଟ ବଡନଦୀ ସେତୁ ଉପରେ ଘଟିଛି ଏଭଳି ଘଟଣା । ଉଭୟ ଭଂଜନଗର ଏବଂ ବେଲଗୁଣ୍ଠା ପଟୁ ଆସୁଥିବା ବାଇକ୍ ଏବଂ ବୁଲେଟ ମଧ୍ୟରେ ପ୍ରଥମେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁର୍ଘଟଣା ସ୍ଥଳରେ ପୁଣି ଏକ ସ୍କୁଟି ଆସି ଉଭୟ ବାଇକ୍ ଏବଂ ବୁଲେଟ ସହ ଧକ୍କା ହୋଇଥିଲା ।

ଏଥିରେ ସମସ୍ତ ୫ ଜଣ ଆରୋହୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବେଲଗୁଣ୍ଠା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 

 

Barsha

Recent Posts

ଟ୍ୱିନ୍ ସିଟିରେ ଢାଳିଲା ବର୍ଷା, ବୁଡିଗଲା ଜେସିବି

ଭୁବନେଶ୍ୱର(କେନ୍ୟୁଜ୍‌): ତାଣ୍ଡବ କଲା କାଳବୈଶାଖୀ । ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟ୍ୱିନ୍ ସିଟିରେ ଢାଳିଲା…

28 mins ago

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି…

32 mins ago

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ । ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୬ ଜଣଙ୍କ…

54 mins ago

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

1 hour ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

1 hour ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

2 hours ago