କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା, ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହି ବସ

ମୋହନା : ଦୁଇ ଗାଡିକୁ ଧକ୍କା ଦେଇ ଘାଟିରୁ ଖସିଲା ବସ୍ । ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ ନିକଟ କେନ୍ଦୁଘାଟିରେ ସିରିଜ୍ ଦୁର୍ଘଟଣା । ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଓ ପିକଅପକୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହି ବସ୍ । ଦୁର୍ଘଟଣାରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ମାଲକାନଗିରି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ମହାକାଳେଶଶ୍ବର ନାମକ ଏକ ଯାତ୍ରୀବାହୀ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ କେନ୍ଦୁଘାଟି ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି ।