ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ନିକଟରେ ସିରିଜ ଦୁର୍ଘଟଣା, ଖୋର୍ଦ୍ଧା ବିଧାୟକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ
ପୁରୀ : ଭାରତୀୟ ନୌସେନା ଦିବସରେ ଯୋଗ ଦେବା ପାଇଁ ଆସୁଥିବା ଖୋର୍ଦ୍ଧା ବିଧାୟକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ତଳଜଙ୍ଘ ନିକଟରେ ହୋଇଛି ସିରିଜ ଦୁର୍ଘଟଣା । ତେବେ କେହି ହେଲେ ଆହତ ହୋଇନ ଥିବା ସୂଚନା ମିଳିଛି । ଖୋର୍ଦ୍ଧା ବିଧାୟକ ଙ୍କ ଗାଡି ସମେତ ୫ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।