ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା, ୫ ଆହତ

ଖୋର୍ଦ୍ଧା (କେନ୍ୟୁଜ): ସିରିଜ୍‌ ଦୁର୍ଘଟଣା। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା। ଆଜି ସକାଳେ ଏକ କଦଳୀ ବୋଝେଇ ପିକଅପ୍‌ ଭ୍ୟାନ୍‌ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡିଥିଲା। ଏହାପରେ ଓଲଟି ପଡିଥିବା ଗାଡ଼ି ସହ ଦୁଇଟି ଅଟୋ ଓ ଗୋଟିଏ ଟାଟା ଏସି ଧକ୍କା ହୋଇଥିଲା।

ଗାଡ଼ିରେ ଥିବା ମୋଟ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.