ବଡଦାଣ୍ଡ ସିରିଜ ଦୁର୍ଘଟଣାରେ ୫ ଆହତ, କାର ଚାଳକଙ୍କୁ ନିସ୍ତୁକ ଛେଚିଲେ ଲୋକେ

ପୁରୀ : ବଡଦାଣ୍ଡରେ ସିରିଜ ଦୁର୍ଘଟଣା ଘଟଇଲା କାର । କାର ଅଟକାଇ ଚାଳକଙ୍କୁ ନିସ୍ତୁକ ଛେଚିଲେ ଲୋକେ । ଏହି ସିରିଜ ଦୁର୍ଘଟଣାରେ ମୋଟ ୫ ଜଣ ଆହତ,ହୋଇଛନ୍ତି । ଆହତମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା ।  ଗତକାଲି ରାତ୍ର ସାଢେ 11 ଟାରେ ବଡଦାଣ୍ଡରେ ସିରିଜ ଦୁର୍ଘଟଣା ଘଟାଇଛି କାର  l  ଗଞ୍ଜାମ ଜିଲ୍ଲାର ପ୍ରଶାନ୍ତ ମଲ୍ଲିକ 30 ଓ ମୁନା ପ୍ରଧାନ 34 ଉଭୟ ଓଡି 02 ସିଜି 9385 ନମ୍ବର ବିଶିଷ୍ଟ କାର ନେଇ ଭୁବନେଶ୍ୱରରୁ ପୁରୀ ଆସିଥିଲେ  l

ପ୍ରଶାନ୍ତ କାର ଡ୍ରାଇଭର ଅ l ଗତକାଲି ରାତ୍ର ସାଢେ 11ଟାରେ ଶ୍ରୀମନ୍ଦିର ପଟୁ କାର ନେଇ ଫେରୁଥିବା ବେଳେ  ମାଉସୀମା ମା ମନ୍ଦିର ନିକଟରେ ଭୁଲ ରାସ୍ତାରେ ଆସି ସାଇକେଲ ନେଇ ଯାଉଥିବା ଜଣେ ଯୁବତିଙ୍କୁ ଧକ୍କା ଦେଇ ପରେ ବଳଗଣ୍ଡି ଛକ ନିକଟରେ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା  l ମେଡିକାଲ ଛକ ଠାରେ ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ଅଠରନଳା ଆଡକୁ ଖସି ଚାଲିଯାଇଥିଲା  l

ଲୋକମାନେ କାରଟିକୁ ପିଛା କରିଥିଲେ  l ଆଲାମଚଣ୍ଡୀ ମନ୍ଦିର ନିକଟରେ କାରଟିର ଆଗ ଚକ ଫାଟି ଯିବାରୁ କାରଟି ଅଟକି ରହିଥିଲା  l କାର ଚାଳକ ପ୍ରଶାନ୍ତ ଓ ମୁନା ଖସି ପଳାଇ ଯାଉଥିବା ବେଳେ ଲୋକମାନେ ଧରି ନିର୍ଧୁମ ଛେଚିଥିଲେ  l ଉଭୟ ନିଶାସକ୍ତ ଥିବା ଜଣାଯାଇଥିଲା  l ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୁଲିସ ପହଂଚି ହସ୍ତକ୍ଷେପ କରିଥିଲେ  l ପୁଲିସ ପ୍ରଶାନ୍ତ ଓ ମୁନାକୁ ମେଡିକାଲରେ ଭର୍ତ୍ତି କରିଥିଲେ  l ଅନ୍ୟପକ୍ଷରେ କାର ଧକ୍କା ଦେଇଥିବା ସାଇକେଲରେ ଥିବା ଯୁବତୀ, ସ୍କୁଟି ଚାଳକ ଓ ପର୍ଯ୍ୟଟକ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ  l ଟ୍ରାଫିକ ଥାନା ପୁଲିସ କାରଟିକୁ ଅଟକ ରଖିଥିଲେ l