ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା, ଏକାଧିକ ଲୋକ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା ।  ପଛକୁ ପଛ ପିଟିହେଲା କାର, ପିକ ଅପ ଭ୍ୟାନ୍ ଓ ଅଟୋ ।  ଏଥିରେ ୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ମାଡ଼ ଦେଇଛନ୍ତି ଲୋକେ । ଦୁର୍ଘଟଣା ପରେ ଜାଭିୟର ଛକରେ ଟ୍ରାଫିକ ଜାମ । ମୈତ୍ରୀ ବିହାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି ।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜାଭିୟର ଛକ ନିକଟରେ କାର୍‌, ଟାଟା ମ୍ୟାଜିକ୍, ଅଟୋ ଓ ଡାଲା ଅଟୋ ମଧ୍ୟରେ ଦୁର୍ଘଟଣା ହୋଇଛି। ହେଲେ କାର୍‌ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା । ଯାହାଫଳରେ ପ୍ରଥମ ଗାଡି ଭାରସାମ୍ୟ ହରାଇ ଦ୍ଵିତୀୟ ଗାଡିକୁ ଧକ୍କା ଦେଇଥିଲା ଏହାପରେ କ୍ରମାଗତ ଭାଗରେ 4ଟି ଗାଡି ଦୁର୍ଘଟଣା ଗସ୍ତ ହୋଇଥିଲା । ଏହାପରେ କାର୍ ଡ୍ରାଇଭରଙ୍କୁ ନିସ୍ତୁକ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ।

ସେପଟେ ଦୁର୍ଘଟଣା କାରଣରୁ ସ୍ଥାନୀୟ ଅଞ୍ଚଳରେ ରାସ୍ତା ଜାମ୍‌ ହୋଇଥିଲା କିଛି ସମୟ ପାଇଁ , ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର ପୋଲିସ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛି ।