ବୌଦ୍ଧ ଓ ରେଢାଖୋଲରେ ଏଟିଏମରୁ ସିରିଜ୍ ଲୁଟ୍, ଘଟଣାସ୍ଥଳରେ ପୋଲିସ

ବୌଦ୍ଧ: ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ବୌଦ୍ଧ ଓ ରେଢାଖୋଲରେ ଏଟିଏମରୁ ସିରିଜ୍ ଲୁଟ୍ । ATM ତାଡି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା ବଢୀଗାଁ ଓ ବୀରନରସିଂହପୁରର SBI ଏଟିଏମରୁ ଲୁଟ୍ ହୋଇଛି । ଗ୍ୟାସ କଟରରେ ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ବୌଦ୍ଧ ପୋଲିସ ।
ସେହିପରି ଗତକାଲି ରେଢାଖୋଲ ଥାନା କଦଳୀଗଡ ବିସିପାଲି ଛକରେ ଥିିବା ଏସବିଆଇ ଏଟିମଏରୁ ଲୁଟିଛନ୍ତି ଲୁଟେରା । କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏଟିଏମରେ କୌଣସି ସିକ୍ୟୁରିଟି ଗାର୍ଡ ନଥିବାରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ପୋଲିସ ।
ସୂଚନା ଯୋଗ୍ୟ ଗତକିଛି ହେବ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ NH-୫୫ ପାଖରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଥିଲା । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍କୁ ତାଡି ଟଙ୍କା ବାହାର କରିଦେଇଥିଲେ । ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ । ଏତିକିରେ ଲୁଟେରାଙ୍କ ହରକତ ସରିନଥିଲା । ଏଟିଏମ୍ରେ ନିଆଁ ଲଗାଇ ପୋଡି ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଲୁଟେରାଙ୍କ ପିଛା କରିଥିଲା । ମୋଟଙ୍ଗା ଥାନା ଅଞ୍ଚଳରୁ କାର୍ ସହ ୨ ଲୁଟେରାଙ୍କୁ କାବୁ କରିଥିଲା । ତେବେ ପୋଲିସକୁ ଚକ୍ମା ଦେଇ ଅନ୍ୟ ଏକ କାର୍ରେ ଟଙ୍କା ସହ ଲୁଟେରା ଖସି ଯିବାକୁ ସକ୍ଷମ ହୋଇଥିଲେ ।