ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ

ଭଦ୍ରକ: ଠାକୁରଙ୍କୁ ବି ଛାଡ଼ିଲେନି । ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଫତେପୁର ଛକ ରାସ୍ତା ପାଖ ତାରିଣୀ ମନ୍ଦିର ଏବଂ ପୀରହାଟ ଥାନା କମାରିଆ ପଣ୍ଡାପୋଖରୀ ସ୍ଥିତ ମା’ ତାରିଣୀ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସମସ୍ତ ଅଳଙ୍କାର ଲୁଟି ନେଇଛନ୍ତି । ହୁଣ୍ଡି ବାକ୍ସକୁ ଭାଙ୍ଗି ସେଥିରୁ ଦାନ ଟଙ୍କା ଲୁଟି ହୁଣ୍ଡିକୁ ଅନ୍ୟତ୍ର ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି ।
ସେହିପରି ପୀରହାଟ କାନପୁର ସ୍ଥିତ ଜଗନ୍ନାଥ ମନ୍ଦିର ଓ କାର୍ଯ୍ୟାଳୟ ଗୃହର ୪ଟି ତାଲା ଭାଙ୍ଗି ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ପୋଲିସ ଅଞ୍ଚଳରେ ପାଟ୍ରୋଲିଂ କରୁନଥିବାରୁ ଏପରି ଲୁଟ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ଆହୁରି ପଢ଼ନ୍ତୁ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ