ସିରିଜ୍ ଚୋରି, ଶହେ ଗ୍ରାମ୍ ସୁନା ଅଳଙ୍କାର ଓ ଆସବାବପତ୍ର ଚୋରି କରିନେଲେ ଦୁର୍ବୃତ୍ତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନୂଆଁ ବ୍ରହ୍ମପୁର ଗାଁରେ ସିରିଜ୍ ଚୋରି ହୋଇଛି ।  ଗାଁରେ ଥିବା ୫ଟି ଘରୁ ଚୋର ମାନେ ସୁନା ଅଳଙ୍କାର ଓ ଆସବାବପତ୍ର ଚୋରି କରି ନେଇଛନ୍ତି ।  ଗାଁର ମୁନା ପାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୧୦୦ ଗ୍ରାମ ସୁନା ଅଳଙ୍କାର ସହ ଆସବାବପତ୍ର ଚୋରି ହୋଇଥିଲା ।

ଅନ୍ୟ ଘର ମାନଙ୍କରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଛନ୍ତି । ଏପରିକି ସିସି କ୍ୟାମେରାର ହାର୍ଡ ଡିକ୍ସ ମଧ୍ୟ ଲୁଟି ନେଇଛନ୍ତି । ଖଲ୍ଲିକୋଟ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ସେହିପରି କିଛି ଦିନ ପୂର୍ବରୁ ଜାଗର ଯାତ୍ରା ଚାଲିଥିବା ବେଳେ କଳା କନା ବୁଲାଇ ଥିଲେ ଦୁର୍ବୃତ୍ତ । ବାଙ୍କୀ ବୈଦ୍ୟେଶ୍ବର ଥାନା ପୁଇଁଚା ଗାଁର ୫ଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।  ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଦୁର୍ବୃତ୍ତ ମାନେ ନଗଦ ଟଙ୍କା ଲୁଟି ନେଇଥିଲେ  ।

Also read: ଯାତ୍ରା ଦେଖୁଥିବା ବେଳେ ୫ଟି ଘରୁ ସିରିଜ୍ ଚୋରି, ଘରେ କଳାକନା ବୁଲାଇ ଦେଲେ ଲୁଟେରା