ବାଲେଶ୍ୱର ତୁରିଗଡିଆ ବଜାରରୁ ସିରିଜ୍ ଚୋରି, ୪ଟି ଦୋକାନରେ ବୁଲାଇଲେ କଳାକନା

ସୋର(କେନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ଚୋରି। ସୂଚନା ଅନୁଯାୟୀ, ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକ,ଦାମୋଦର ସାହୁ ଓ କମଳାକାନ୍ତ ପାଣିଗ୍ରାହୀଙ୍କ ଗ୍ରୋସରି ଦୋକାନରୁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଚୋରି ହେଇଥିବା ଜଣାଯାଇଛି।

ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ତୁରିଗଡିଆ ବଜାରରେ ନିୟମିତ ପୋଲିସ ତରଫରୁ ପହରା ଦିଆଯାଇଥିବା ବେଳେ ବାରମ୍ବାର ଚୋରି ହେଉଥିବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.