ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଆବାସ ଯୋଜନା ବଦଳରେ ଶାରୀରିକ ସମ୍ପର୍କ ଦାବି

କଳାହାଣ୍ଡି : ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଆବାସ ଯୋଜନା ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିବା କହିଛନ୍ତି ଯୁବତୀ । କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ଥାନା ସାଲେପା ପଞ୍ଚାୟତ ସରପଞ୍ଚଙ୍କ ନାଁରେ ଅଭିଯୋଗ ହୋଇଛି। କଚ୍ଛାରପାଲି ଗାଁର ଜଣେ ଯୁବତୀଙ୍କୁ ସରପଞ୍ଚ ଶାରୀରିକ ସମ୍ପର୍କ ରଖିବାକୁ କହିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଏନେଇ ଏମ୍‌.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସରପଞ୍ଚଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.