ଆୟୁଷ୍ମାନ କାର୍ଡ ନପାଇ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି ଗୁରୁତର ରୋଗୀ

ବଲାଙ୍ଗିର: ଆୟୁଷ୍ମାନ ଭାରତ ଯୋଜନା । ଗରିବ ଲୋକଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ଏହି ଯୋଜନା । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କେଲେ ନୂଆ ସରକାର । ହେଲେ ଏବେ ଅନେକ ସମସ୍ୟା । ନୂଆ କାର୍ଡ ନପାଇ ହଇରାଣ ହେଉଛନ୍ତି ଗୁରୁତର ରୋଗୀ । ଏ ଯେମିତି ବଲାଙ୍ଗିରର କର୍କଟ ରୋଗରେ ପୀଡିତ ଥିବା କୁନୀ ସୁନା ।

କୁନି ସୁନା । କର୍କଟ ରୋଗରେ ପ୍ରାୟ ୮ମାସ ହେବ ଚିକିତ୍ସିତ ହେଉଛନ୍ତି । ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତି ହେଉଥିବାବେଳେ ଏବେ ଚିକିତ୍ସା କରିବାକୁ ମନା କରିଦେଲେ ଡାକ୍ତରଖାନା କତ୍ତୃପକ୍ଷ । ପୂର୍ବରୁ ଚାରିଥର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହୋଇ କେମୋ ନେଇଥିଲେ । ହେଲେ ଏବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ । ଆଉ ଆୟୁଷ୍ମାନ ଭାରତ ଯୋଜନା ର ସ୍ଵାସ୍ଥ୍ୟ କାର୍ଡ ହାତରେ ନାହିଁ , ଏଥିପାଇଁ ଚିକିତ୍ସା ନାହିଁ । ପୁରୁଣା କାର୍ଡ ଅଚଳ ଜାଣିବା ପରେ ଧାର କରଜ କରି ରାୟପୁରରୁ ଚିକିତ୍ସିତ ହୋଇ ଫେରିଲେ କୁନି ସୁନା । ହେଲେ ଏବେ କିପରି ଚାଲିବ ତାଙ୍କ ଚିକିତ୍ସା ସେଇ ଚିନ୍ତାରେ ।

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୭ଲକ୍ଷ ସ୍ଵାସ୍ଥ୍ୟ କାର୍ଡ ହିତାଧିକାରୀ ପାଇବେ । ଏବେ ବଣ୍ଟନ ଚାଲିଥିଲେ ବି ପାଇଛନ୍ତି ମାତ୍ର ୬୨ ହଜାର । କେବଳ କୁନି ନୁହନ୍ତି, ଏପରି ଅନେକ ରୋଗୀ ଚିକିତ୍ସା ନପାଇ ହଇରାଣ ହେଉଛନ୍ତି । ଏହି ଘଟଣା ଜାଣିବା ପରେ ବଲାଙ୍ଗିର ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ କହିଛନ୍ତି, ଆମେ ଘଟଣାର ତଦନ୍ତ କରିବୁ । କିପରି ରୋଗୀଙ୍କ ଚିକିତ୍ସାରେ ଅବହେଲା ହେବନାହିଁ ସେନେଇ ବ୍ୟବସ୍ଥା କରୁଛୁ ।

ଏବେ ବନ୍ଦ ହୋଇଛି ପୁରୁଣା ବିଜୁ ସ୍ଵାସ୍ଥ୍ୟ ଯୋଜନା । କାର୍ଯ୍ୟକ୍ଷମ ହୋଇଛି ନୂଆ ଆୟୁଷ୍ମାନ ଭାରତ ଯୋଜନା । ପୁରୁଣା ସ୍ଵାସ୍ଥ୍ୟ କାର୍ଡ ଅଚଳ ହୋଇଥିବାବେଳେ, ନୂଆ କାର୍ଡ ପହଁଚି ପାରିନି ଗୁରୁତର ରୋଗୀଙ୍କ ପାଖରେ । ଯାହା ଫଳରେ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି ଗୁରୁତର ରୋଗୀ । ଯଥାଶୀଘ୍ର ଏମାନଙ୍କୁ ନୂଆ ସ୍ଵାସ୍ଥ୍ୟ କାର୍ଡ ଯୋଗାଇ ଦେବାକୁ ଦାବି ଯୋର୍ ଧରିଛି ।

ଆହୁରି ପଢନ୍ତୁ:କାଲି ନୂଆ ରାସନ୍ କାର୍ଡ ପ୍ରଦାନ, ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ