ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ଜଣା ପଡିବ,ଆଜିଠାରୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ

କେନ୍ୟୁଜ୍(ବ୍ୟୁରୋ):  ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ସେରୋ ସର୍ଭେ। ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ଏନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ହେବ ସେରୋ ସର୍ଭେ।

୧୨ଟି ଜିଲ୍ଲାରୁ ସାଧାରଣ ଲୋକଙ୍କ ଠାରୁ ୬୬୮୦ ନମୂନା ସଂଗ୍ରହ କରାଯିବ। ପ୍ରତି ଜିଲ୍ଲାରୁ ଶହେଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ନମୂନା ସଂଗ୍ରହ ହେବ। ବିଭିନ୍ନ ବର୍ଗ ଓ ବିଭିନ୍ନ ବୟସର ଲୋକଙ୍କ ଶରୀରରେ କୋଭିଡ ମୁକାବିଲା ପାଇଁ କେତେ ପରିମାଣର ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ସେରୋସର୍ଭେରୁ ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.