ତିନିଟି ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ,୩୦ଟି କ୍ଲଷ୍ଟର ଓ ତିନିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୫ଶହ ରକ୍ତନମୁନା ସଂଗ୍ରହ କରାଯିବ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ପରେ ଶରୀରରେ କେତେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି। ପରୀକ୍ଷା ପାଇଁ ରାଜ୍ୟର ତିନିଟି ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ। ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ କରିଛି ଆର୍‌ଏମଆର୍‌ସି ଦଳ। ୩୦ଟି କ୍ଲଷ୍ଟର ଓ ତିନିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମୋଟ ୧୫ଶହ ରକ୍ତନମୁନା ସଂଗ୍ରହ କରାଯିବ। ପ୍ରତି ଜିଲ୍ଲାର ୧୦ଟି ଗାଁରୁ ୪ଶହ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶହେ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ସର୍ଭେ କରାଯିବ।

ଗଞ୍ଜାମ ଜିଲ୍ଲାର ୧୦ଟି ଗାଁରେ ତିନିଟି ଟିମ ଯାଇ ସର୍ଭେ କରିଛନ୍ତି। କୋରାପୁଟରେ ୧୦ ଜଣିଆ ବିଶେଷଜ୍ଞ ଟିମ୍‌ ୫ଟି ଦଳରେ ବିଭକ୍ତ ହୋଇ ସେରୋ ସର୍ଭେ କରିଛନ୍ତି। ଆଜି ୩ଶହ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରିଛନ୍ତି। ଟିକା ନେଇନଥିବା ବ୍ୟକ୍ତି, ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି, ୨ଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଓ ଟିକା ନେବା ପରେ କୋଭିଡରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରାୟଗଡ଼ା ଜିଲ୍ଲାର ୪ଟି ଗାଁରେ ୧୬୦ ନମୁନା ସଂଗ୍ରହ କରାଯାଇଛି। ଆସନ୍ତାକାଲି ମଧ୍ୟ ନମୁନା ସଂଗ୍ରହ ଜାରି ରହିବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.